Only for Entertainment

କିଭଳି କରିବେ ମୁହଁର କଳାଦାଗ ଦୂର ।

pepperjoe.com
17

ଟମାଟୋରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବ। ଏହା ସହିତ ଆପଣଙ୍କ ମୁହଁର ରଙ୍ଗକୁ ମଧ୍ୟ ଟମାଟୋ ତୋଫା କରିଦେବ। ତେବେ ଆସନ୍ତୁ ଜାଣିବା, କିପରି ଟମାଟୋକୁ ମୁହଁରେ ବ୍ୟବହାର କରିବା।

  • ଦାଗ ଦୂର କରିବା ପାଇଁ ଆପଣ ପ୍ରଥମେ ଟମାଟୋକୁ ଦୁଇ ଭାଗ କରି କାଟି ଦିଅନ୍ତୁ। ଏହାପରେ ଏହି କଟା ଟମାଟୋକୁ ମୁହଁରେ ରଖନ୍ତୁ। ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ଯେପରି ଟମାଟୋର ମଞ୍ଜି ଆପଣଙ୍କ ମୁହଁରେ ନ ଲାଗେ। ଅଧଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ।
  • ଆପଣ ଟମାଟୋର ମାସ୍କ ମଧ୍ୟ ପ୍ରସ୍ତୁତ କରିପାରିବେ। ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ସହିତ ଆପଣ ଟମାଟୋ ଜୁସ୍‌କୁ ମଧ୍ୟ ମୁହଁରେ ଲଗାଇ ପାରିବେ।
  • ଟମାଟୋ ଓ ମହୁ: ମହୁରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରି ଗୁଣ ରହିଛି, ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିବ। ଏଥିପାଇଁ ଅଧା କପ୍‌ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏହିପରି ପ୍ରତିଦିନ କଲେ, ଆପଣଙ୍କ ମୁହଁରେ ଦାଗଜନିତ ସମସ୍ୟା ରହିବ ନାହିଁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More